ଭାଇରଲ ହେଲା ବିଜେଡି ଶପଥ ଗ୍ରହଣର ନିମନ୍ତ୍ରଣ ପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ବୁଲିଲାଣି ବିଜେଡି ଶପଥ ଗ୍ରହଣର ନିମନ୍ତ୍ରଣ ପତ୍ର । ଏହି ଶପଥ ଗ୍ରହଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଆମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣ ପତ୍ର ଅନୁଯାୟୀ ଏହି ଶପଥ ଗ୍ରହଣ ମେ ୨୬ତାରିଖ ସନ୍ଧ୍ୟା ୭ଟା ରେ ଜନତା ମଇଦାନରେ ଅନୁଷ୍ଠିତ ହେବ । ଯାହାକି ସୋସିଆଲ ମିଡିଆରେ ଘୁରିବୁଲୁଛି ଓ ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା କିଏ ସୋସିଆଲ ମିଡିଆରେ ଭାଇରଲ କରିଛି ତାହା ଜଣାପଡିନାହିଁ ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୪ର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ଆସି କେନ୍ଦ୍ରାପଡ଼ାରେ ଅତ୍ୟନ୍ତ ଗରମ ହୋଇ ନବୀନ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ‘ଏଥର ଓଡ଼ିଶାରୁ ନବୀନ ସରକାର ଯିବା ଦରକାର ଓ ବିଜେପି ସରକାର ଗଠନ ହେବା ନିଶ୍ଚିତ’। ସେ ଆହୁରି ମଧ୍ୟ କହି ଥିଲେ ଓଡ଼ିଶାରୁ ବିଜେଡି ସରକାର ଯିବା ପରେ ସେ ଓଡ଼ିଶା ଆସିବେ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ପରେ ଏହାକୁ କାଉଣ୍ଟର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସରକାର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.