ଅପରାଜିତାଙ୍କୁ ଘଣ୍ଟ ଘୋଡାଇବାକୁ ବିଜେପିର ଉଦ୍ୟମ: ବିଜେଡ଼ି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠି କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ୍‍ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ବିଜେପି ନେତା ବାବୁ ସିଂହ ଆଗକୁ ଆସିଛନ୍ତି। ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଭୁବନେଶ୍ୱର ବିଜେପିରେ ଏବେ ଗୋଷ୍ଠି ବିବାଦ ଜୋରସୋର ଭାବେ ଚାଲିଥିବା ସମସ୍ତେ ଜାଣିଛନ୍ତି । ବାବୁ ସିଂହ ହେଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଏକାନ୍ତ ଅନୁଗତ । ଶ୍ରୀମତୀ ଷଡଙ୍ଗୀ ରାଜନୈତିକ ସଭା ସମିତିମାନ କରି ଜାଣିଶୁଣି କୋଭିଡ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ବିଜେପିର ଗୋଷ୍ଠି କନ୍ଦଳ ଏବଂ କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନରୁ ନଜର ହଟାଇବା ସହିତ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ବେଆଇନ୍‍ କାର୍ଯ୍ୟକୁ ଘଣ୍ଟ ଘୋଡାଇବାପାଇଁ ଶ୍ରୀ ସିଂହ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟକ୍ତି ଯେତେ ବଡ ହୁଅନ୍ତୁ ନା କାହିଁକି, କୋଭିଡ ନିୟମ ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି । ଜନସାଧାରଣଙ୍କ ନଜର ଏ ଦିଗରୁ ହଟାଇବାପାଇଁ ବାବୁ ସିଂହଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ଉଦ୍ଦିଷ୍ଟ ।

କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ବିଏମ୍‍ସି କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଥିରେ ଉତ୍‍କ୍ଷିପ୍ତ ହୋଇ ଶ୍ରୀ ସିଂହ ବିଏମ୍‍ସି କମିଶନରଙ୍କ ବିରୁଦ୍ଧରେ ବିଷ ଓଗାଳୁଛନ୍ତି । କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି । ଏଭଳି ଘଡିସନ୍ଧି ମୁହତ୍ତୂ ର୍ରେ ହୀନ ରାଜନୀତି କରିବା ବଦଳରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡଙ୍ଗୀ ତାଙ୍କର ବେଆଇନ୍‍ କାର୍ଯ୍ୟକଳାପ ପାଇଁ କ୍ଷମା ମାଗବି । ସହିତ କରୋନା ମୁକାବିଲା ଯୁଦ୍ଧରେ ସାମିଲ ହେବାଲାଗି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.