ରାଜଭବନ ସମ୍ମୁଖରେ ବିଜେଡିର ଧାରଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ବୃଦ୍ଧିର ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ଧାରଣାରେ ବସିଛନ୍ତି । କେନ୍ଦ୍ରସରକାରଙ୍କୁ ତୁରନ୍ତ ତୈଳଦର ଓ ଗ୍ୟାସ ଦର କମାଇବାକୁ ସେମାନେ ଦାବି କରିଛନ୍ତି ।

ଏହି ପ୍ରତିବାଦ ସମୟରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି, “ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅନ୍ୟ ରାଜ୍ୟ ତୁଳନାରେ କାମ ଟ୍ୟାକ୍ସ ନେଉଛନ୍ତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପାଇବା ପାଇଁ କେନ୍ଦ୍ର ସରକାର ଦାୟି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି।”

କିଛିଦିନ ପୂର୍ବରୁ ତୈଳଦର ବୃଦ୍ଧିର ପ୍ରତିବାଦରେ ବିଜେଡି ୩ଦିନ ଧରି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା ।

Leave A Reply

Your email address will not be published.