ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ୍

0

(ଓଡିଶା ଫାଷ୍ଟ) ବ୍ୟୁରୋ: କରୋନା କବଳରେ ନେତା । ସାଧାରଣ ଲୋକଙ୍କ ଠାରୁ ସାଂସଦ ମହାମାରୀ କରୋନା କାହାକୁ ବି ଛାଡ଼ୁନି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସାଂସଦ ସସ୍ମିତ ପାତ୍ର ସୋସିଆଲ୍ ମିଡିଆରେ ନିଜେ ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ।
କୋଭିଡ୍ ଗାଇଡଲାଇନ୍ ମାନି ସେ ହୋମ୍ ଆଇସୋଲେସନରେ ଅଛନ୍ତି ।
ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ସହ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ ପାତ୍ର ।

ଏହା ପୂର୍ବରୁ ସଂସଦ ମୌସୁମୀ ଅଧିବେଶନ କାଳରେ ଏକାଧିକ ସାଂସଦ ଓ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.