ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲ୍‌ ବ୍ଲକ୍‌ ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂପୃକ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନ ଜଣେ ହତାଶ ରାଜନେତାଙ୍କ ବୟାନ ବୋଲି ବିଜେଡି କହିଛି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାରେ ଭାଜପା ସ୍ଥିତି ସୁଦୃଢ ହୋଇପାରି ନ ଥିବାରୁ ଧର୍ମେନ୍ଦ୍ର ବିଚଳିତ ହୋଇ ମାନସିକ ଭାରସାମ୍ୟ ହରାଇଛନ୍ତି । ୨୧ ବର୍ଷ ତଳର ଏକ ପୁରୁଣା ମାମଲାକୁ ଏଇ ନିର୍ବାଚନ ବେଳରେ ଉଠାଇବା ପଛରେ ଧର୍ମେନ୍ଦ୍ରଙ୍କର କୁତ୍ସିତ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସସ୍ମିତା କହିଛନ୍ତି । ନବୀନ ବାବୁ କେନ୍ଦ୍ରରେ ଖଣିମନ୍ତ୍ରୀ ଥିବା ବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ । ଧର୍ମେନ୍ଦ୍ର କହିବାକୁ ଚାହୁଁଛନ୍ତି ଯେ, ଅଟଳଜୀ ଜଣେ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ ଥିଲେ‌ । ଯେଉଁଥିପାଇଁ ସେ ତାଙ୍କ କ୍ୟାବିନେଟ ସହଯୋଗୀଙ୍କ ଦୁର୍ନୀତିକୁ ସହିଯାଉଥିଲେ ବୋଲି ସସ୍ମିତ କହିଛନ୍ତି ।

ସୂଚନାଯୋଗ୍ୟ, ନୟାଗଡ଼ ମହୋତ୍ସବ ପଡ଼ିଆଠାରେ ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଗୋଟିଏ ଭୂତ କମ୍ପାନୀକୁ କୋଇଲା ଖନନ କରିବା ପାଇଁ  କିପରି ମଞ୍ଜୁରୀ ପ୍ରଦାନ କରାଗଲା ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.