ପ୍ରଶ୍ନ କରିବା ପୂର୍ବରୁ ବିଜେପି ନେତାମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ: ସସ୍ମିତପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଓ ଦେଶରେ କୋଭିଡ ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍‍ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା ପାଇଁ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତାମାନେ ବୟାନବାଜି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମାର୍ଗନିର୍ଦ୍ଦେଶିକା ପଢିବା ପାଇଁ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତପାତ୍ର ।
ବିଜେପି ପ୍ରଶ୍ନର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶା ସରକାର ଆଇସିଏମ୍‍ଆର ମାର୍ଗଦର୍ଶିକା ଆଧାରରେ କରୋନା ପରୀକ୍ଷା କରୁଛନ୍ତି । କାରଣ ଓଡିଶାରେ କରୋନା ଏବେ ନିୟନ୍ତ୍ରଣାଧିନ
ରହିଛି ।
ଆଇସିଏମ୍‍ଆର ମାର୍ଗଦଶି ର୍କା ଅନୁଯାୟୀ ଓଡିଶା ସରକାର ମିଶା ମିଶି (ରାନ୍‍ଡମ) ଭାବେ କରୋନା ପରୀକ୍ଷା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୫ହଜାରକୁ ବୃଦ୍ଧି ପାଇଛି, କିନ୍ତୁ ଓଡିଶା ସରକାର ଉଭୟ ଆଇସିଏମ୍‍ଆର ଓ କେନ୍ଦ୍ର ସରକାରଙ୍କ ମାର୍ଗନିର୍ଦ୍ଦେଶିକା ଆଧାରରେ ପରୀକ୍ଷା କରୁଛନ୍ତି । ଦେଶର ଅନ୍ୟ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟମାନେ ମଧ୍ୟ ଅନୁରୂପ ମାର୍ଗଦର୍ଶିକାକୁ ଅନୁସରଣ କରୁଛନ୍ତି। ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତାମାନେ ପ୍ରଥମେ କେନ୍ଦ୍ରର ମାର୍ଗଦର୍ଶିକା ପଢନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି । କରୋନା ଯୁଦ୍ଧ ମୁକାବିଲାରେ ଆମେ ଏବେ ମଧ୍ୟବର୍ତ୍ତୀ ସ୍ଥିତିରେ ଥିବାରୁ ବିଜେପି ଏଭଳି ହୀନ ରାଜନୀତି କରିବା ଉଚିତ୍‍ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‍ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପେଣେଇ ନାହାନ୍ତି, ସେଥିଯୋଗୁଁ କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ବେଶ୍‍ ଭଲ ସ୍ଥିତିରେ ଅଛି । କେଉଁ ବିଜେପି ଶାସିତ ରାଜ୍ୟ ପଞ୍ଚାୟତ ସ୍ତରରେ ଟିଏମ୍‍ସି ଭଳି ବ୍ୟବସ୍ଥା କରିଛନ୍ତି ତାହା ବିଜେପି ମୁଖପାତ୍ର ମାନେ କହିପାରିବେ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ଓଡିଶା ବ୍ୟତିତ ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନଥିବା ସେ କହିଛନ୍ତି ।

Leave A Reply

Your email address will not be published.