ସାମ୍ବାଦିକ ସମ୍ମଳିନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମଖୁ ପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍‍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ବନି । ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ୱ କଟକଣାକୁ ଉପହାସ କରୁଛି । ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବାପାଇଁ ଅନୁରୋଧ ସତ୍ତ୍ୱେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ । ଓଡିଶାବାସୀଙ୍କ ଆଗରେ ସକରାତ୍ମକ ଉଦାହରଣ ରଖିବା ପରିବର୍ତ୍ତେ ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ସଂକ୍ରାନ୍ତରେ ନକରାତ୍ମକ ଉଦାହରଣମାନ ରଖିବାରେ ଲାଗିଛନ୍ତି । ଆମେ ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଆଚରଣ ପାଇଁ ଆହ୍ୱାନ ଦେବା ସହିତ ତାହା ଆଶା କରୁଛୁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ବିଜେପି ନେତାମାନେ ଜାଣିଶୁଣି କରୋନା ନିୟମ ଉଲ୍ଲଙ୍ଘନ କରୁଛନ୍ତି । ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବାବେଳେ ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ପହଞ୍ଚିଛି । ଓଡିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି କହିଛନ୍ତି । କରୋନାକୁ ନେଇ ଆମେ ରାଜନୀତି କରିବା ଉଚିତ୍‍ ନୁହେଁ । ତେଣୁ ଏଭଳି ରାଜନୀତିରୁ ବିରତ ରହବି ।ପାଇଁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି ।

SOA

Leave A Reply

Your email address will not be published.