କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍େର ର ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି । ତେଣୁ ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁଧ୍ୟାନ କରି ବକ୍ତବ୍ୟ ଦେଲେ ଭଲ ହେବ ବୋଲି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ଏକ ବିବୃତ୍ତିର ଜବାବରେ କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ସଫଳତାର ସହ ସେମାନଙ୍କ ପାଇଁ ଧାର୍ଯ୍ୟ ସମୟ ସମାସ୍ତ କରି ଫେରୁଛନ୍ତି ସେହି ସମସ୍ତଙ୍କୁ ରାଜ୍ୟ ସରକାର ୨୦୦୦ ଟଙ୍କା କରି ଯୋଗାଇ ଦେଇଛନ୍ତି ।

ତେଣୁ ଏଭଳି ସ୍ଥିତିରେ ଆମେ ସମସ୍ତେ ମିଳିମିଶି କରୋନା ବିରୁଦ୍ଧରେ ଲଢେଇ କରିବା ଆବଶ୍ୟକ । ରାଜ୍ୟର ସୁରକ୍ଷା ପାଇଁ ଓଡିଶା ସରକାର ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଓଡିଶାର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Leave A Reply

Your email address will not be published.