ବିଜେଡି ର ତେଲ ରାଜନୀତି

0

ଓଡିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରସରକାରଙ୍କ ଅହେତୁକ ତେଲ ଦର ବୃଦ୍ଧି ପାଉଥିବା ଯୋଗୁଁ ଏରସମା ବ୍ଲକ କାର୍ଯ୍ୟାଳୟ ସମୁଖରେ ବ୍ଲକ ସଭାପତି ଶ୍ରୀ ପୀତବାସ ଗୋଛାୟତ ଙ୍କ ଅଧ୍ୟକ୍ଷତା ରେ ବିଜେଡି ର ବ୍ଲକ ସ୍ଥରୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିବାଦ ସଭାରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି,ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ସ୍ବର୍ଣଲତା ସେନପତି , ଜିଲ୍ଲା ପରିଷଦ ଇତିଶ୍ର ଭୁଇଁଅା ,ଦୀପ୍ତୀରଞ୍ଜନ କୂଅଁର , ବିଜୟ ପାଲ,ମାନସ ସେଠି , ମୁରଲୀ ଧର ମାଲିକ , ପ୍ରଦାୟୀନୀ ମହାନ୍ତି ଯୋଗଦେଇ କେନ୍ଦ୍ର ସରକାର କୁ ତୈଳ ଦର ବୃଦ୍ଧି ଉପରେ ସମାଲୋଚନା କରିଥିଲେ । ତୈଳଦର ବୃଦ୍ଧି ପାଇଁ ସାଧାରଣ ଗରିବ ଲୋକେ , ଖାଉଟି ହନ୍ତସନ୍ତ ହେଉଛନ୍ତି । ପାରାଦୀପରେ ଅନେକ କମ୍ପାନୀ ଥାଇ ସେଠି ବାହାରୁ ଲୋକେ କାମ କରୁଥିବା ବେଳେ ଏହି ଅଞ୍ଚଳ ର ଯୁବକ ଶିକ୍ଷିତ ବେକାରୀ ହୋଇ ବୁଲୁଛନ୍ତି। ଏହି ତୈଳଦର ବୃଦ୍ଧି ପାଇବା ସହି ହେଉ ନଥିବା ବେଳେ ଶିକ୍ଷିତ ବେକାରୀ ସମସ୍ୟା ବୋଝ ଉପରେ ଲଳିତା ବିଡା ହୋଇପଡିଛି ପରିବାର ଊପରେ । ଯଦି ସରକାର ତୈଳ ଦର ହ୍ରାସ  ନ କରନ୍ତି ବିଜେଡି ତାର ଦୃଢ ପ୍ରତିବାଦ କରିବ ବୋଲି ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ମୁଦୁଲି ବିଜେପି କୁ ଚେତାବନୀ ଦେଇଛନ୍ତି ।ଏହି ପ୍ରତିବାଦ ସଭାରେ ଯୁବ ବିଜେଡି କର୍ମୀ ,ଶତାଧିକ କର୍ମୀ ଓ ବହୁ ସାଧାରଣ ଲୋକେ ଯୋଗ ଦେଇଥିଲେ ।

Sikshaya
Leave A Reply

Your email address will not be published.