ବୈଜୟନ୍ତଙ୍କୁ ବିଜେପି ବ୍ୟାନ, ପଢନ୍ତୁ ନବୀନ ଙ୍କ ମାଷ୍ଟର ଷ୍ଟ୍ରୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈଜୟନ୍ତଙ୍କୁ ନେବନି ବିଜେପି । ପ୍ରଧାନମନ୍ତ୍ରୀ ମୋଦି ଙ୍କ ଗୁଣଗାନ କରି ବିଜେଡ଼ି ର ଚକ୍ଷୁଶୀଳ ହୋଇଥିଲେ ବୈଜୟନ୍ତ । ବିଜେପି ପ୍ରୀତି ପାଇଁ ଦଳ ତାଙ୍କୁ ନିଲମ୍ବିତ କରିଥିଲା । ଏପରିକି ଓଡ଼ିଶାର ଶିଳ୍ପପତି ଡାକ୍ତର ବଂଶୀଧର ପଣ୍ଡା ଙ୍କ ଶେଷ ଦର୍ଶନ କୁ ବଏକଟ କରିଥିଲା ଶାସକଦଳ । ବିଜୁବାବୁଙ୍କର ଘନିଷ୍ଠ ଥିବା ବଂଶୀଧର ପଣ୍ଡା ଙ୍କୁ ବିଜୁବାବୁଙ୍କ ନା ରେ ନାମିତ ଦଳ ଶେଷ ମର୍ଯ୍ୟାଦା ନଦେବାର କାରଣ ତାଙ୍କ ପୁଅ ବୈଜୟନ୍ତ । ରାଜ୍ୟସଭା ଉପାଦକ୍ଷ ନିର୍ବାଚନ ଗଣିତ ଭଲ ଭାବେ ନିରୀକ୍ଷଣ କରନ୍ତୁ ।

୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ବର୍ତ୍ତମାନର ସଦସ୍ୟ ସଂଖ୍ୟା ୨୪୪ ତେଣୁ ଉପାଦକ୍ଷ ଜିତିବା ପଦବୀ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୩ କିନ୍ତୁ ଆଜି ଭୋଟ ବେଳ ର ପରିସ୍ଥିତି ଥିଲା ଭିର୍ଣ୍ଣ ଗୃହରେ ୨୩୭ ସଦସ୍ୟ ଉପସ୍ଥିତ ଥିବାରୁ ମ୍ୟାଜିକ ନମ୍ବର ୧୧୯ କୁ ଖସି ଆସିଥିଲା । ଗତ ଲୋକସଭା ର ଆସ୍ଥା ଭୋଟ ପରି ବିଜେଡ଼ି କକ୍ଷତ୍ୟାଗ କରି ଭୋଟ ବର୍ଜନ କରିଥାନ୍ତେ ତେବେ ମ୍ୟାଜିକ ନମ୍ବର ୧୧୪ କୁ ଖସିଆସିଥାନ୍ତା । ଅର୍ଥାତ ବିଜେଡ଼ି ଏନଡିଏ କୁ ସମର୍ଥନ ଦେଇନଥିଲେ ମଧ୍ୟ ଜିତିଥାନ୍ତା । ତେବେ ଲୋକସଭା ର ଆସ୍ଥା ଭୋଟ ଥିଓରି କୁ କାହିଁକି ଆପଣେଇଲେନି ନବୀନ? କାହିଁକି ଏନଡିଏ କୁ ସମର୍ଥନ ଦେବା ନେଇ ଭ୍ରମାନ୍ତକ ବୟାନ ଦେଇ ପୁଣି ତାକୁ ବଦଳାଇଲେ ବିଜେଡି ମୁଖପାତ୍ର । କ’ଣ ଏପରି ହେଲାଯେ ନବୀନ କୁ ପୋଡା ଟ୍ରାନ୍ସଫର୍ମର ତଥା ଓପାଡିକି ବଙ୍ଗୋପସାଗର ରେ ଫୋପାଡିବା କଥା କହିଥିବା ଅମିତ ଶାହା ଙ୍କ ସହ କଥା ହୋଇଥିଲେ ନବୀନ । ଆଲୋଚନା ହେଉଛି ବର୍ତ୍ତମାନ ଓଡ଼ିଶାରେ ନିଜର ପରମ ଶତ୍ରୁ ବିଜେପି କୁ ନବୀନ ସମର୍ଥନ ଦେବା ପଛରେ ରହିଛି କିଛି ଗୁପ୍ତ ଏଜେଣ୍ଡା ଆଉ ତାଭିତରେ ରହିଛି ବୈଜୟନ୍ତଙ୍କର ରାଜନୈତିକ କ୍ୟାରିଅର ଶେଷ କରିବାର ସର୍ତ୍ତ । ବିଜୟ ମହାପାତ୍ର ଙ୍କ ପରି ଜନନେତା ଙ୍କୁ ଦୀର୍ଘ ୨୦ ବର୍ଷ ହେବ ରାଜନୀତିରୁ ଦୁରେଇ ଦେଇଥିବା ନବୀନ ଙ୍କ ପାଇଁ ବୈଜୟନ୍ତ ଏବେ ବଡ଼ କଣ୍ଟା । ତେଣୁ ବୈଜୟନ୍ତ ଓ ତାଙ୍କ ମାଲିକାନା ରେ ଥିବା ଗଣମାଧ୍ୟମ କୁ ଚେକମେଟ ଦେବାପାଇଁ ଏହା ନବୀନଙ୍କ ଚାଲ ବୋଲି ଚର୍ଚ୍ଚା ଜୋର ଧରିଛି ।

Sikshaya
Leave A Reply

Your email address will not be published.