ସୋରଡ଼ା ନିର୍ବାଚନମଣ୍ଡଳୀ, ଇଭିଏମ୍ ଭାଙ୍ଗି ଜେଲ ଗଲେ ବିଜେପି ବିଧାୟକ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଚାଲିଥିବା ବେଳେ ଇଭିଏମ୍ ଭାଙ୍ଗିବା ଘଟଣାରେ ଜେଲ ଯାଇଛନ୍ତି ସୋରଡାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଗୁରୁବାର ନିର୍ବାଚନ ଚାଲିଥିବା ବେଳେ ବିଧାୟକ ପ୍ରାର୍ଥୀ ନୀଳମଣି ଇଭିଏମ୍ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ସେ ଜାମିନ୍ ଆବେଦନ କରିଥିଲେ ସୁଦ୍ଧା ଏହା ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୮୨ ନମ୍ବର ବୁଥ୍‌ରେ ଇଭଏମ୍ ଭଙ୍ଗାରୁଜା ହୋଇଥିଲା । ନୀଳମଣି ଇଭିଏମ୍ ଭାଙ୍ଗିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଥିଲେ । ଏହାପରେ ପୋଲିସ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣିଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା । ମାତ୍ର ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେଡି ସମର୍ଥକମାନଙ୍କ ହାତ ଥିବା ବେଳେ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ନୀଳମଣି କହିଛନ୍ତି ।

Leave A Reply

Your email address will not be published.