ବିଜେପି ହାତ ଛାଡିଲେ ଜଗନ୍ନାଥ ପ୍ରଧାନ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ନେତା ଜଗନ୍ନାଥ ପ୍ରଧାନ ଆଜି ବିଜେପି ହାତ ଛାଡି ଥିବା ଚର୍ଚ୍ଚା ଜୋର ଧରିଛି । ଜଗନ୍ନାଥ ପ୍ରଧାନ ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ଚେହେରା ଯେକି ଭୁବନେଶ୍ୱର ମଧ୍ୟ ଆସନରୁ ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଥିଲେ । ଏନେଇ ସେ ନିଜ ଫେସବୁକ୍ ଆକାଉଣ୍ଟରେ ଲେଖିଥିଲେ, ମୁଁ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପାଇଁ ମନସ୍ଥ କଲି । ମାତ୍ର ପରେ ଏହାକୁ ସେ କାଢି ନେଇଥିଲେ ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୩.୫୩ ମିନିଟ୍ ରେ ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଆକାଉଣ୍ଟ୍ ସେ ବିଜେପିର ହାତଛାଡୁଥିବା ଲେଖିବା ୧୦ ମିନିଟ ପରେ ଏହାକୁ କାଢି ନିଆଯାଇଛି । କେଉଁ କାରଣରୁ ଜଗନ୍ନାଥ ଏପରି ଲେଖିଥିଲେ ଓ କାହିଁକି ଏହି ପୋଷ୍ଟ କୁ ଗାୟାବ କରିଥିଲେ ତାହା ସ୍ପଷ୍ଟ ନକରିଥିଲେ ମଧ୍ୟ କିଛି ବିଶେଷ ସୂତ୍ରରୁ ସୂଚନା ମିଳିଛି କି ଶ୍ରୀ ପ୍ରଧାନଙ୍କୁ ଦଳରେ ଅଣଦେଖା କରାଯିବା ନେଇ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ସେ ଏପରି ନିଷ୍ପତ୍ତି ନେଇଥିବା ସେମାନେ ଅନୁମାନ କରୁଥିବା ପ୍ରକାଶ କରିଛନ୍ତି । ମାତ୍ର ଶ୍ରୀ ପ୍ରଧାନ ଫେସବୁକ୍ ଆକାଉଣ୍ଟରେ ଏପରି ଲେଖିବା ଓ ଡିଲିଟ କରିବା ନେଇ ସେମାନେ ଜାଣିନଥିବା କହିଛନ୍ତି ।

Leave A Reply

Your email address will not be published.