୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ତତ୍ପର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ଓ ନୂତନ ସଭ୍ୟ ଗ୍ରହଣ ନେଇ ଆଲୋଚନା । ଚଳିତ ବର୍ଷ ଶେଷ ଆଡ଼କୁ ହରିୟାଣା, ଝାରଖଣ୍ଡ ଓ ମହାରାଷ୍ଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ । ଏ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି ।

ସୂଚନା ଅନୁଯାୟୀ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳର ପଦାଧିକାରୀ ଯୋଗଦେଇଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ୪ରାଜ୍ୟର ବିଧାନସଭା ର୍ନିବାଚନ ବାବଦରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରାୟ ୩ ଘଣ୍ଟା ଧରି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ସେହିପରି ବିଜେପିର ନୂତନ ସଭ୍ୟ ସଂଗ୍ରହ ନେଇ ବୈଠକରେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ନୂତନ ବଜେଟ ସମ୍ପର୍କରେ ଲୋକଙ୍କ ନିକଟରେ କିପରି ସକାରାତ୍ମକ ବାର୍ତ୍ତା ପହଞ୍ଚିବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ୍‌ ଶାହ ଯୋଗଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲେ ହେଁ କୌଣସି କାରଣରୁ ସେ ବୈଠକରେ ଯୋଗଦେଇ ପାରିନଥିବା ସୂଚନା ମିଳିଛି।

Leave A Reply

Your email address will not be published.