୨୯ରେ ଓଡିଶା ଆସିବେ ଜେପି ନଡ୍ଡା

0

ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସକାଳ ୧୦ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଅଣାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର। ରାଜ୍ୟ କାର୍ଯ୍ୟାଳୟରୁ ସେ ଜନତା ମଇଦାନ ଯିବେ। ସେଠାରେ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି। ପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି।

ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ସାଂସଦ ଓ ବିଧାୟକ ଏବଂ ପ୍ରଭାରୀମାନଙ୍କ ସହ ଆଲୋଚନା କରିବେ। ନଡ୍ଡାଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା। ନିର୍ବାଚନ ଆସିଲେ ପୂର୍ବରୁ ଜନସଂପର୍କରେ ନଥିବା ଦଳମାନେ ସକ୍ରିୟ ହୋଇଉଠନ୍ତି। ବିଜେଡି ସବୁବେଳେ ଚଳଚଞ୍ଚଳ ରହିବା ସହ କର୍ମମାନେ ସକ୍ରିୟ ରହିଛନ୍ତି। ତେଣୁ ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ଯଦି ନଡ୍ଡା ଆସୁଥାନ୍ତି, ତେବେ କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ସେ କହିଛନ୍ତି।

SOA post below
Leave a comment