ଥାନା ଆଗରେ ବିଜେପି ର ଧାରଣା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଆଗରେ ବିଜେପି ର ଶତାଧିକ କର୍ମୀ ଆଇ ଆଇ ସି ଙ୍କ ବଦଳି ଦାବିରେ ଧାରଣା ରେ ବସିଛନ୍ତି। ଚନ୍ଦ୍ରଶେଖରପୁର ମଣ୍ଡଳ ବଜେପି ଓ ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ।

ଗତ ଶୁକ୍ରବାର ସକାଳେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ଯୁବକର ମୃତ ଦେହ ଜବତ କରିଥିଲା। ମୃତକ ଜଣକ କେନ୍ଦ୍ରାପଡ଼ାର ଧନେଶ୍ୱର ଦାସ।ଗୁରୁବାର ଦିନ ବିଳମ୍ବିତ ରାତିରେ ତାଙ୍କୁ ଦୁର୍ବୁତ୍ତମାନେ ପିଟିପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଏକ ଅପମୃତ୍ୟୁ ମାମଲା କହି ଘଟଣାକୁ ହାଲକା ଭାବେ ନେଇ ଥିଲା। ଏପରିକି ତାଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ନେଇ ଚୁପ ବସିବାକୁ କହିଥିଲା। ପରିବାର ଲୋକ ଏହାର ପ୍ରତିବାଦ କରିବାରୁ ପୋଲିସ ମୃତକଙ୍କ ଭିଣୋଇକୁ ଅଟକ ରଖିଥିଲା। ଏହା ପରିବାର ଲୋକ କହିଛନ୍ତି।

ଏହାକୁ ନେଇ ପରିବାର ଲୋକ ଶୁକ୍ରବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ସାମ୍ନା ରାସ୍ତା ରେ ଶବ ଧରି ବସି ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚି ଆନ୍ଦୋଳନକାରିଙ୍କୁ ବୁଝାସୁଜା କରିଥିଲା । ଆନ୍ଦୋଳନକାରି ମାନି ନଥିବାରୁ ପରିସ୍ଥିତିକୁ ଦେଖି ପୋଲିସକୁ ଲାଠି ଚାର୍ଜ କରିବାକୁ ମଧ୍ୟ ପଡିଥିଲା। ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ପରିବାର ଲୋକଙ୍କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଥିଲା।

Sikshaya
Leave A Reply

Your email address will not be published.