କେନ୍ଦୁଝରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । କେନ୍ଦୁଝର ମେଡିକାଲ ପଡିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶାହା କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଆଗାମୀ ୫ବର୍ଷ ଭିତରେ ଓଡ଼ିଶା ଏକ ମଡେଲ ରାଜ୍ୟ ଭାବେ ଉଭା ହେବ । ଦୀର୍ଘ ୧୯ବର୍ଷ ଧରି ଏଠି ବିଜେଡି ଶାସନ କରୁଥିବା ବେଳେ ରାଜ୍ୟର ଉନ୍ନତି ନିମନ୍ତେ ଦୃଷ୍ଟି ଦିଆଯାଇନାହିଁ । ବିଜେପି ଆସିଲେ ନିଯୁକ୍ତିକୁ ଗୁରୁତ୍ବ ଦିଆଯିବ, ଯାହାଫଳରେ ରାଜ୍ୟରୁ ଦାଦନ ଶ୍ରମିକଙ୍କ ସମସ୍ୟା କମିବ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଶାହ କହିଥିଲେ ଯେ, ଦୀର୍ଘ ବର୍ଷ ଶାସନ କଲା ପରେ ବି ନବୀନ ଓଡ଼ିଆ ଶିଖିପାରି ନାହାନ୍ତି । ଓଡ଼ିଶାବାସୀଙ୍କ ଦୁଃଖ ବୁଝିବା ପାଇଁ ଓଡ଼ିଆ କହୁଥିବା ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବାକୁ ଶାହା ଆହ୍ବାନ ଦେଇଥିଲେ । ଏହି ଅବସରରେ ଶାହା ଘୋଷଣା କରିଥିଲେ ଯେ, ଯଦି ଓଡ଼ିଶାରେ ବିଜେପି ସରକାର ଆସେ ତାହେଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡ଼ିକାଲ କଲେଜ ସ୍ଥାପନ କରାଯିବ ।

Leave A Reply

Your email address will not be published.