ଅପରାଜିତାଙ୍କ ଉପରେ ବିଜେପିର ଆସ୍ଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ଦେଶର ବିଜେପି ମୁଖିଆଙ୍କ ବିଶ୍ୱାସ ବଢୁଥିବାର ନିଦର୍ଶନ ହେଉଛି । ଅପରାଜିତାଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କ ମନ ଜିତିପାରିଛି । ଅପରାଜିତାଙ୍କ ଦଳପ୍ରତି ଥିବା ନିଷ୍ଠାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ବା ହିତାଧିକାରୀ ସଂପର୍କ ବିଭାଗର ମୁଖ୍ୟ ଭାବେ ତାଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର ଦାୟିତ୍ୱ ଦିଆଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ ଓ ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଇନ୍‌ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । 

Leave A Reply

Your email address will not be published.