ମମତାଙ୍କୁ ‘ ଜୟ ଶ୍ରୀରାମ ’ ଲେଖି ୧୦ଲକ୍ଷ ପୋଷ୍ଟ କାର୍ଡ ପଠାଇବ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକିଛିଦିନ ହେବ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ଚାଲିଥିବା କଥା କଟାକଟି ଚରମସୀମାରେ ପହଞ୍ଚିଛି । ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା ନିକଟରେ କେତେଜଣ ଭାଜପା କର୍ମୀ ‘ଜୟ ଶ୍ରୀରାମ’ ସ୍ଲୋଗନ ଦେବାରୁ ହିଂସା ପରିସ୍ଥିତି ଉପୁଜିଥିଲା । ଏହାକୁ ଦେଖି ପୋଲିସ ଲାଠି ଚାଳନା କରିଥିଲା । ଏହାର ଜବାବରେ ଏବେ ଭାଜପା କର୍ମୀ ୧୦ଲକ୍ଷ ପୋଷ୍ଟ କାର୍ଡରେ ‘ଜୟ ଶ୍ରୀରାମ’ ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇବେ ବୋଲି ଜଣାପଡିଛି । ବେରକପୁରର ନବ ର୍ନିବାଚିତ ଏମ୍ପି ଅର୍ଜୁନ ସିଂ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ମମତା ଧାରଣାସ୍ଥଳକୁ ଯିବା ବେଳେ କିଛି ବିଜେପି କର୍ମୀ ଜୟଶ୍ରୀରାମ ନାରା ଦେଇଥିଲେ । ଯାହା ଶୁଣିବା ପରେ ମମତା ରାଗିଯାଇ ନାରାବାଜି କରୁଥିବା ଲୋକଙ୍କୁ ଗାଳି ଦେଇଥିଲେ । ଏହାପରେ ଏହି ଘଟଣାକୁ ନେଇ ବାବଦ ତୀବ୍ର ରୂପ ନେଇଛି ।

ଅପରପକ୍ଷେ ଉତ୍ତର ପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତ୍ରେତୟା ଯୁଗର ରାକ୍ଷାସ ହିରଣ୍ୟକଶ୍ୟପଙ୍କ ବଂଶଜ ବୋଲି କହିଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗ କଥା ଉଠିଲେ ତ୍ରେତୟା ଯୁଗ କଥା ମନେପଡୁଛି । ସେତେବେଳେ ହିରଣ୍ୟକଶ୍ୟପ ନାମରେ ଏକ ରାକ୍ଷସ ରାଜ ଥିଲେ । ତାଙ୍କ ପୁଅ ଦିନେ ଜୟ ଶ୍ରୀରାମ କହିବାରୁ ତାଙ୍କୁ ଜେଲରେ ଭର୍ତ୍ତି କରିଦେଇଥିଲେ ହିରଣ୍ୟକଶ୍ୟପ । ଏବେ ପଶ୍ଚିମବଙ୍ଗରେ ସେଭଳି ପରିସ୍ଥିତି ଉପୁଜିଛି ।

Leave A Reply

Your email address will not be published.