୧୨ ରୁ ୧୪ ଲୋକସଭା ଆସନ ଜିତିବ ବିଜେପି: ଦାମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜ ତୁଣ୍ଡ ପାଇଁ ରାଜନୈତିକ ମହଲରେ ଓ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା ଦାମୋଦର ରାଉତ ବିଜେପିରେ ଯୋଗଦାନ କରିବା ପରେ ହଠାତ ଚୁପ ହୋଇଯାଇଥିଲେ । ତାଙ୍କ ତୁଣ୍ଡରୁ ବିଶେଷ କିଛି ଶୁଣିବାକୁ ମିଳୁନଥିଲା । ନିର୍ବାଚନର କିଛିଦିନ ବିତିବା ପରେ ଏବେ ଦାମଙ୍କ ରାଜ୍ୟରେ ସରକାର ଗଠନକୁ ନେଇ କରିଥିବା ପୂର୍ବାନୁମାନ ଚର୍ଚ୍ଚାର ପରିସରକୁ ଆସିଛି ।

ସୂଚନା ଅନୁଯାୟୀ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ନିର୍ବାଚନ ପରେ ନିର୍ବାଚନୀ ଫଳାଫଳକୁ ନେଇ ପୂର୍ବାନୁମାନ କରି କହିଛନ୍ତି, ଏଥର ଓଡ଼ିଶାରେ କୌଣସି ଦଳକୁ ବହୁମତ ମିଳିବନାହିଁ । ଏଠି ଝୁଲା ବିଧାନସଭା ହେବ । ଯଦି ରାଜ୍ୟରେ ମେଣ୍ଟ ସରକାର ହୁଏ ତେବେ ଆଉ ଅଫିସରଙ୍କ ରାଜୁତି ଚଳିବ ନାହିଁ । ଏହାସହ ଲୋକସଭା ଆସନ ସମ୍ୱନ୍ଧରେ ମଧ୍ୟ ଭବିଷ୍ୟବାଣୀ କରିକହିଛନ୍ତି କି ୨୦୧୯ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରି ୨୧ଟି ଆସନରୁ ଅତି କମରେ ୧୨ ରୁ ୧୪ଟି ଆସନ ଅକ୍ତିଆର କରିବ । ତେବେ ଦେଖିବାକୁ ବାକି ରହିଲା ପୂର୍ବରୁ ଅନେକ ଥର ସତ ସାବ୍ୟସ୍ତ ହୋଇଥିବା ଦମ ବାବୁଙ୍କ ଅନୁମାନ ଏଥର ସତରେ ପରିଣତ ହେଉଛି ନା କେବଳ କଥାରେ ରହିଯାଉଛି ।

Leave A Reply

Your email address will not be published.