ସଚିବାଳୟରେ ବିଜେପି କୃଷକ ମୋର୍ଚ୍ଚା, ପୋଲିସ ଧସ୍ତାଧସ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଇନ୍ଦା ବିଭାଗ ଆଖିରେ ଚକମା ଦେଇ ସଚିବାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଛି ବିଜେପି କୃଷକ ମୋର୍ଚ୍ଚା । ଧାନର ଅଭାବୀ ବିକ୍ରି ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । କେବଳ ଏତିକି ନୁହେଁ, ସାରା ରାଜ୍ୟରେ ଅଭାବୀ ବିକ୍ରି ହୋଇଥିବା ପ୍ରମାଣ ଦେବାକୁ ଉଦ୍ୟମ କରାଯାଇଛି । ହେଲେ ପରିସ୍ଥିତି ଅପ୍ରୀତିକର ହେବା ପୂର୍ବରୁ କମିଶନରେଟ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଭାଜପା କୃଷକ ମୋର୍ଚ୍ଚା ସୁରଥ ବିଶ୍ୱାଳ କହିଛନ୍ତି । ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.