୪୮ ପୃଷ୍ଠା ସମ୍ବଳିତ ସଂକଳ୍ପ ପତ୍ର ଜାରି କଲା ବଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକ ସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସୋମବାର ସଂକଳ୍ପ ପତ୍ର ଜାରି ହୋଇଛି । ଏହାର  ନାମ ‘ସଂକଳ୍ପିତ ଭାରତ, ସଶକ୍ତ ଭାରତ’ ରଖାଯାଇଛି । ୪୮ ପୃଷ୍ଠା ସମ୍ବଳିତ ପତ୍ରରେ ଗତ ୫ ବର୍ଷ ଶାସନକାଳରେ ବଜେପି ପକ୍ଷରୁ ଗ୍ରହଣ କରାଯାଇଥିବା ୫୦ଟି ପଦକ୍ଷେପ ସମ୍ପର୍କରେ ଏଥିରେ ତଥ୍ୟ ପ୍ରକାଶ ପାଇଛି । ସ୍ବଚ୍ଛ ଭାରତ ଅଭିଯାନର ସଫଳତା,  ୭କୋଟି ଗରିବ ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ସଂଯୋଗ, ବିମୁଦ୍ରୀକରଣ ସମ୍ପର୍କରେ ଘୋଷଣା ପତ୍ରରେ ଦର୍ଶାଯାଇଛି । ସେହିପରି ୫୦ କୋଟି ଗରିବ ଲୋକଙ୍କ ପାଇଁ ନିଶ୍ଚିତ ସ୍ବାସ୍ଥ୍ୟ ସେବା ନିମନ୍ତେ ଆୟୁଷ୍ମାନ ଯୋଜନା ପ୍ରଣୟନ କରାଯାଉଥିବା ଏବଂ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି । ଏଥିସହ ଏଥର ବିଜେପି ସରକାର ଗଢିଲେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ଏହି ସଙ୍କଳ୍ପ ପତ୍ରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.