ଅନ୍ଧାରରେ ବୁଡ଼ିଲା ପୁରା ପାକିସ୍ତାନ, ଲୋକେ କହିଲେ ଏମିତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶନିବାର ରାତିରେ ପାକିସ୍ତାନ ଅନ୍ଧକାରମୟ ହୋଇଥିଲା। ଦେଶର ବଡ ବଡ ସହରରେ ବିଜୁଳି କଟିଯାଇଥିଲା।ପାକିସ୍ତାନରେ ଏକାଥରେ ଅନେକ ସହରରେ ବିଜୁଳି କଟିଯିବାର ଖବର ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଗଲା। ଟ୍ୱିଟରରେ #blackout ଟ୍ରେଣ୍ଡ ହେବାରେ ଲାଗିଲା।

କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁଁ ରାତି ୧୧.୪୦ ମିନିଟରେ କରାଚୀ, ଇସ୍ଲାମଵାଦ, ଲାହୋର, ପେଶାୱର ଓ ରାୱଲପିଣ୍ଡି ସମେତ ପୁରା ଦେଶ ଅନ୍ଧାରରେ ବୁଡି ଗଲା। ଏହା ପୂର୍ବରୁ ୨୦୧୫ ଜାନୁଆରୀରେ ମଧ୍ୟ ଯାନ୍ତ୍ରିକ କାରଣ ଯୋଗୁଁ ସାରା ଦେଶରେ ବିଜୁଳି କଟିଯାଇଥିଲା।
ଏ ସମ୍ପର୍କରେ ପାକିସ୍ତାନର ଶକ୍ତି ମନ୍ତ୍ରାଳୟ ଟ୍ୱିଟରରେ ସୂଚନା ଦେଇଛି। ମନ୍ତ୍ରାଳୟ କହିଛି ଯେ, ବିଦ୍ୟୁତ୍ ଟ୍ରାନ୍ସମିସନ୍ ସିଷ୍ଟମର ଫ୍ରିକ୍ୱେନ୍ସି ହଠାତ୍ ୫୦ ରୁ ୦ ହୋଇଯିବାରୁ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଗଲା। ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ରାତି ପ୍ରାୟ ୧୧ଟା ୪୧ ମିନିଟରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସାରା ଦେଶରେ ବିଜୁଳି କରିଯାଇଥିଲା।

bjd
Sikshaya
ruchi

Leave A Reply

Your email address will not be published.