ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉପଲକ୍ଷେ କୃଷ୍ଣପ୍ରସାଦ ବ୍ଲକ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନ୍ ଜନ ନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉପଲକ୍ଷେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଗବକୁଣ୍ଡ ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଏବଂ କୃଷ୍ଣପ୍ରସାଦ ବ୍ଲକ ଯୁବ ଓ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇ ମହାନ୍ ଜନ ନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶ୍ରୀ ଦାସବର୍ମା ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ରାଜ୍ୟରେ ରକ୍ତାଭାବ ଦୂର କରି ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ଏହି ଯୋଗଦାନ ବେଶ ଉତ୍ସାହପ୍ରଦ।
ଏହି ସାମାଜିକ କାର୍ଯ୍ୟରେ କୃଷ୍ଣପ୍ରସାଦ ବ୍ଲକ ଯୁବ ଓ ଛାତ୍ର ଜନତା ଦଳ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ଶ୍ରୀ ଦାସବର୍ମା ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ୁ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଜ୍ଞାନଚାନ୍ଦ ପ୍ରଧାନ, ସମିତି ସଭ୍ୟ ସର୍ବେଶ୍ଵର ଜେନା, ପୂର୍ବତନ ସମିତି ସଭ୍ୟ ସଦାଶିବ ଜେନା, ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ ପୁରୀ ଜିଲ୍ଲା ଯୁଗ୍ମ ସଂଯୋଜକ ଷ୍ଟାଲିନ୍ ପରିଜା, ପୁରୀ ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ରାଜେଶ ରଥ, ଉପସଭାପତି ମୁତୁଞ୍ଜୟ ପ୍ରଧାନ, ସମ୍ପାଦକ କେଭି ଲେଲିନ୍ ଜେନା, ବ୍ରହ୍ମଗିରି ଛାତ୍ର ସଭାପତି ଦିପୁ ରଞ୍ଜନ ନାୟକ, କୃଷ୍ଣପ୍ରସାଦ ବ୍ଲକ ଯୁବ ନେତା ଅନୀଲ କୁମାର ସାହୁ, ମନୋଜ ବେହେରା ଓ ଭାସ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ।