ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” ତରଫରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଉଦଘାଟନ ହୋଇଛି।


ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ସୁଶାନ୍ତ କୁମାର ରାଉତ, ସୁବାସ ପାତ୍ର, ଓ ନିର୍ବାଚନ ମଣ୍ଡଳୀ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଏକାମ୍ର ସଂଯୋଜକ ଅଶ୍ଵିନୀ ସୁନ୍ଦରାୟ ଓ ବିଜେଡି ଦଳର ଅନେକ ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର ପ୍ରଧାନ, ମଣ୍ଟୁ ନନ୍ଦ, ଭାରତୀ ସିଂ, ମାନସୀ ସୁନ୍ଦରାୟ, ମିହିର ରାଉତ , ହରେକୃଷ୍ଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଯୁବ ବିଜେଡି ନେତା କିଶୋର ସ୍ବାଇଁ, ଲୋକେଶ କୁମାର, ଅକ୍ଷୟ ସ୍ବାଇଁ, ବାଣୀ କଲ୍ୟାଣ, ସୌମ୍ୟ ରଞ୍ଜନ ପ୍ରଧାନ, ଯୋଗଦାନ କରିଥିଲେ ଓ ସ୍ଥାନୀୟ ବିଜେଡି ନେତା ସୁଲେଖ ରଥ ,ଆଲୋକ କୁମାର ପାଣିଗ୍ରାହୀ, ଦିଲେଶ୍ କୁମାର ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ଓ ୪0 ୟୁନୀଟ ରକ୍ତ ସଂଗ୍ରହ କରାଗଲା। ସମସ୍ତ ରକ୍ତଦାତାମାନଙ୍କୁ “ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ” ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Leave A Reply

Your email address will not be published.