ରାଜଧାନୀକୁ ଆସିପାରିବେନି ବାହାର ଶ୍ରମିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଚରମ ପଦକ୍ଷେପ । ଆସନ୍ତା ତଥା ଜୁଲାଇ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ଲାଗିଲା କଟକଣା । କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର କୌଣସି ବି ଶିଳ୍ପାଂଚଳ କିମ୍ବା କାରଖାନାରେ ବାହାର ରାଜ୍ୟର ଶ୍ରମିକଙ୍କ ପ୍ରବେଶ ନିଷେଧ କରିଛି ବିଏମସି । ଭୁନେଶ୍ୱରର କୌଣସି ବି ଶିଳ୍ପ ସଂସ୍ଥା କାମ ପାଇଁ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣିପାରିବେ ନାହିଁ । ତେବେ ଯଦି ପୂର୍ବରୁ କେହି ଆସିସାରିଛନ୍ତି ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ପ୍ରଥମେ ୧୪ ଦିନିଆ କ୍ୱାରେଂଟିନରେ ରଖାଯିବ ଆଉ କ୍ୱାରେଂଟିନ ଅବଧି ସରିବା ପରେ ଯାଇ ସେମାନେ କାମରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏଥିସହିତ ରାଜ୍ୟରେ ଅନେକ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇ ରୋଜଗାର ଶୂନ୍ୟ ହୋଇପଡିଛନ୍ତି ତେଣୁ ସେମାନଙ୍କୁ ଏହି କାମରେ ନିୟୋଜିତ କରିବାକୁ ବିଭିନ୍ ଶିଳ୍ପସଂସ୍ଥାର ମାଲିକମାନଙ୍କୁ ନିବେଦନ କରିଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.