ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ ଟିକା ନେବେ ୨୫ରୁ ୨୭ ହଜାର, ବିଭିନ୍ନ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି। ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ ୨୫ରୁ ୨୭ ହଜାର ଲୋକଙ୍କ ଟୀକା ଦିଆଯିବ। ଭୁବନେଶ୍ବରରେ ୧୮ଟି ବଡ ମେଡିକାଲ ସହ ୨୬ଟି CHC ଏବଂ PHCରେ କରାଯିବ ବ୍ୟବସ୍ଥା କରାଯିବ। ଏ ସଂପର୍କରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସରକାରଙ୍କ ନୀତି ନିୟମ ଅନୁଯାୟୀ ଭ୍ୟାକ୍ସିନେସନ କରାଯିବ। ବରିଷ୍ଠ ନାଗରିକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ସେହିପରି ୮ ତାରିଖରେ ସ୍କୁଲ ଖୋଲିବା ନେଇ ବିଏମସି କମିଶନର କହିଛନ୍ତି ଯେ ଆସନ୍ତାକାଲି ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଭାଇରସ ନେଇ ଖୁବଶୀଘ୍ର ଟୀକାକରଣ ଆରମ୍ଭ ହେବ । ଦେଶରେ ଟୀକାକରଣ ପାଇଁ ୨ଟି ଭାକ୍‌ସିନ୍‌କୁ ଚୟନ କରାଯାଇଛି । କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ଟୀକାକରଣ ପାଇଁ ଚୟନ କରାଯାଇଛି । କିନ୍ତୁ କେତେ ତାରିଖ ଠାରୁ ଟୀକାକରଣ ହେବ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

bjd
Sikshaya
ruchi

Leave A Reply

Your email address will not be published.