ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଏମସି ର ଚିନ୍ତା ବଢିଲେ ବ୍ରିଟେନ ଫେରାନ୍ତ।। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସି ଅଧିକାରୀ ।
ବିଏମ୍ସି ଅଧିକାରୀ ଦେଇଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍ରୁ ଫେରିଥିବା କିଛି ଲୋକଙ୍କ ପତ୍ତା ମିଳୁନାହିଁ । ସେମାନେ ଦେଇଥିବା ତଥ୍ୟ ଆଧାର ଖୋଜୁଛି ବିଏମ୍ସି । ଫେରନ୍ତା ଲୋକ ଦେଇଥିବା ଠିକଣାକୁ ବିଏମ୍ସି କର୍ମଚାରୀ ଯାଇ ଖୋଜୁଛନ୍ତି । ଖୁବ୍ କମ ଦିନ ମଧ୍ୟରେ ସେମାନଙ୍କୁ ଟ୍ରେସ୍ କରାଯିବ ।
କିଛି ବ୍ରିଟେନ୍ ଫେରନ୍ତାଙ୍କ ମୋବାଇଲ୍ ନମ୍ବର ଭୁଲ ଥିବାରୁ ସେମାନଙ୍କୁ ଖୋଜିବା କଷ୍ଟ ହେଉଛି । ୬୨ ଜଣ ବ୍ରିଟେନ୍ ଫେରନ୍ତାଙ୍କ ଠିକଣା ମିଳୁନାହିଁ । ଭୁଲ୍ ମୋବାଇଲ୍ ନମ୍ବର ଓ ଠିକଣା ଥିବାରୁ ଚିହ୍ନଟ ହୋଇପାରୁନାହାନ୍ତି । ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିଛି । ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି ।