ଭାଇରାଲ ମାଟ୍ରିକ୍ ପ୍ରଶ୍ନପତ୍ର ବୋର୍ଡ଼ରେ କ୍ରାଇମବ୍ରାଞ୍ଚ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୁଣି ଭାଇରାଲ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର। ଆଜି ସକାଳ ୧୦.୩୦ରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପ଼ଡ଼ିଛି। ତେବେ ଏହା ନୟାଗଡ଼ ଅଞ୍ଚଳ ରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ବୋଲି ଚର୍ଚ୍ଚା ହେଉଛି। ସବୁଦିନ ପରି ଆଜି ମଧ୍ୟ ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହୋଇଥିଲା। ତେବେ ୧୦ଟା ୩୦ରେ ଭାଇରାଲ୍ ହୋଇଥିଲା। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ବୋର୍ଡର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜଣାପଡିଛି। ଘଟଣା ର ତୁରନ୍ତ ପଦକ୍ଷେପ ନେଇ ତଦନ୍ତକରିବା ସହ ଆଗକୁ ଥିବା ପରୀକ୍ଷା ପୂର୍ବରୁ ଦୋଷୀକୁ ଧରି ଦଣ୍ଡ ଦିଆଯାଉ ବୋଲି ଏଭିବିପି ପକ୍ଷରୁ ଡିଜିପି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ପ୍ରଥମ ଦିନ ର ପରୀକ୍ଷା ରେ ମାତୃଭାଷା ପ୍ରଶ୍ନପତ୍ର ମାତ୍ର ଏକ ଘଣ୍ଟା ପରେ ଭାଇରାଲ ହୋଇ ଆଳି ବଜ଼ାର ହ୍ଵାଟ୍ସଆପ ଗ୍ରୁପରେ ଘୁରିବୁଲୁଥିଲା। କିନ୍ତୁ ଅପରପକ୍ଷରେ ଆଳି ରେ ମାତୃଭାଷା ପ୍ରଶ୍ନ ପତ୍ର ଘଟଣାରେ କ୍ରାଇମ ବ୍ରାଞ୍ଚ ର ସାଇବର ସେଲ ର ଦୁଇ ଜଣିଆ ଅଧିକାରୀ କଟକ ବୋର୍ଡ଼ ଅଫିସ ରେ ଚାରି ଘଣ୍ଟା କାଳ ତନା ଘନା କରିବା ସହ ବୋର୍ଡ଼ କର୍ତ୍ତୃପକ୍ଷ ଙ୍କୁ ପଚରା ଉଚରା କରି କିଛି କାଗଜ ପତ୍ର ସାଙ୍ଗରେ ନେଇଛନ୍ତି ବୋଲି ସୂଚନା ମିଳିଛି।

Sikshaya
Leave A Reply

Your email address will not be published.