ସ୍କୁଲରେ ଭୟଙ୍କର ବୋମା ବିସ୍ଫୋରଣ : ଛାତ୍ରଛାତ୍ରୀଙ୍କ ସମେତ ୨୫ ଜଣଙ୍କ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିବା ଜଣାପଡିଛି ।
ଆତଙ୍କବାଦୀମାନେ ଏଭଳି ବିସ୍ଫୋରଣ ଘଟାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ କୌଣସି ଆତଙ୍କୀ ସଂଗଠନ ଏ ନେଇ ନିଜ ସଂଗଠନକୁ ଦାୟୀ କରିନାହାନ୍ତି ।

ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । କାରଣ ବିସ୍ଫୋରଣ ଏ​‌ତେ ଭୟଙ୍କର ଥିଲା ଯେ ହଠାତ୍‌ ସମସ୍ତଙ୍କୁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା । ବିସ୍ଫୋରଣରେ ସ୍କୁଲର ଛାତ ଭୁଶୁଡିପଡିବାରୁ ଛାତ ତଳେ ଚାପି ହୋଇ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.