ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରେ ବୋମାମାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ପୁଣି ବୋମା ମାଡ଼ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ହୋଇଛି ବୋମାମାଡ଼ । ଏହି ବୋମାମାଡରେ ଗାଡି କାଚ ଭାଙ୍ଗିବା ସହ ଜଗନ୍ନାଥଙ୍କ ନିଜେ ମଧ୍ୟ ଆହତ ହୋଇଛନ୍ତି । ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନିଜ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଶେଷକରି ଫେରୁଥିବା ସମୟରେ ଭୁବନେଶ୍ୱର ଡେ଼ଲ୍ଟା ଛକ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ଼ କରାଯାଇଥିଲା । ଫଳରେ ଗାଡିର କାଚ ଭାଙ୍ଗିବା ସହ ଜଗନ୍ନାଥ ମଧ୍ୟ ଆହତ ହୋଇଥିଲେ । ଏନେଇ ଜଗନ୍ନାଥ ଥାନାରେ ଅଭିଯୋଗ କରିଛନ୍ତି । ଜଗନ୍ନାଥଙ୍କ କହିବା ଅନୁଯାୟୀ ବିଜେଡିର କିଛି ଗୁଣ୍ଡା ଏଭଳି କାର୍ଯ୍ୟ କରିଛନ୍ତି । ଏଭଳି ଘଟଣାକୁ ରାଜଧାନୀବାସୀ ଓ ରାଜନୀତିଜ୍ଞ ମାନେ ନିନ୍ଦକରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ମତବ୍ୟକ୍ତ କରିଛନ୍ତି ।

ପୂର୍ବରୁ ମଧ୍ୟ ୟୁନିଟ ୮ ଅଞ୍ଚଳରେ ବଜେପି ଲୋକସଭ ପ୍ରାର୍ଥୀ ଅପରାଜିତଙ୍କ ସହ ଜଗନ୍ନାଥ ପ୍ରଧାନ ପ୍ରଚାରରେ ଯିବା ସମୟରେ ତାଙ୍କ ଉପରକୁ ପଥରରେ ଆକ୍ରମଣ କରାଯାଇଥିଲା । ଜଗନ୍ନାଥ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅପରାଧୀଙ୍କ ଟେର ପାଇପାରି ନାହିଁ ।

Leave A Reply

Your email address will not be published.