ମୁମ୍ବାଇ ଇଣ୍ଡିଆନ୍ସର କୋଚ୍‌ ଭାବେ ନିଯୁକ୍ତ ହେଲେ ମାର୍କ ବାଉଚର

0

ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ (କୋଚ୍‌) ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ । ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍‌ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ କ୍ୟାରିୟର ରହିଥିଲା ଓ ଜଣେ ୱିକେଟ ରକ୍ଷକ ଭାବେ ଟେଷ୍ଟରେ ସର୍ବାଧିକ ଆଉଟ୍ କରାଇବାର ରେକର୍ଡ ତାଙ୍କ ନାମରେ ରହିଛି ।

ଖେଳାଳି ଭାବେ ଅବସର ଗ୍ରହଣ କରିବା ପରେ ଦକ୍ଷିଣ ଆଫ୍ରିକାର ଏକ ଶୀର୍ଷ ସ୍ତରର କ୍ରିକେଟ୍ ଫ୍ରାଞ୍ଚାଇଜି ଟାଇଟନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କ ଅଧୀନରେ ଟାଇଟନ୍ସ ୫ଟି ଘରୋଇ ଟାଇଟଲ ବିଜୟୀ ହୋଇଛି ।

SOA post below
Leave a comment