ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ । ସୁପର ସ୍ପେଶାଲିଷ୍ଟ ୫ ନଂ କୋଠାରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁଁ ଓଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହି ଅଗ୍ନିକାଣ୍ଡରେ ଓଟିରେ ଥିବା ୨ ଜଣ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ପୁରା ବିଲ୍ଡିଂରେ ଥିବା ୨୦ରୁ ୨୨ ରୋଗୀଙ୍କୁ ଅନ୍ୟ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ୪ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।