ଆଜିଠାରୁ ବ୍ରହ୍ମପୁର ୪ ଦିନ ପାଇଁ ସଟଡାଉନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ସହରକୁ ୪ ଦିନ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ । କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲଥ୍‌ ଟିମ୍ ନିୟୋଜିତ ହେବେ । ସଟଡାଉନ୍‌ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ଏହି ସମୟରେ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଜିଲ୍ଲାର କବି ସୂର୍ଯ୍ୟନଗରର ଏ. ବାରିଡ଼ାକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍‌ ଘୋଷଣା କରିଛି ପ୍ରଶାସନ। ସମସ୍ତ ଅଞ୍ଚଳରେ କଡ଼ା ନିୟମ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ କୃଷି କାର୍ଯ୍ୟକୁ କଟକଣାରୁ ବାଦ୍ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ଏ. ବାରିଡ଼ାର ଆଖପାଖ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.