ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକର କପିଳେଶ୍ୱରପୁର ପଞ୍ଚାୟତର ର ଭାର୍ଗବୀ ନଦୀ ଉପରେ ପଥରପଦା ଠାରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟାରେ ଭୁବନେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରମୁଳି ପଟ୍ଟନାୟକଙ୍କ ସହ ଭାର୍ଗବୀ ନଦୀ ଉପରେ ପଥରପଦା ଠାରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁଁ ହୋଇଥିବା ବୈଠକରେ ସଞ୍ଜୟ କୁମାର ଦାସବର୍ମା ଅଧ୍ୟକ୍ଷତା କରିବା ସହ ଏହି କାର୍ଯ୍ୟର ତଦାରଖ କରିଥିଲେ ।
