ଭାଇ-ଭଉଣୀଙ୍କ ସଲୀଳ ସମାଧି : ଗାଁ ପୋଖରୀରୁ ମିଳିଲା ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରାପଡା ରାଜକନିକା ଡାଆଣୀ ଗିରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଖରୀରୁ ଭାଇ-ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଡାଆଣୀ ଗିରି ଗାଁରେ ଭାଇ-ଭଉଣୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି। ସୋମବାର ସକାଳେ ଗାଁର ବିନୋଦ ବେହେରାଙ୍କ ପୁଅ-ଝିଅ ଘର ବାହାରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ। ନିଖୋଜ ଭାଇ-ଭଉଣୀଙ୍କୁ ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ନିଖୋଜ ହେବାର କିଛି ଘଣ୍ଟା ପରେ ଉଭୟଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତ ଭଉଣୀର ବୟସ ୭ ବର୍ଷ ହୋଇଥିବା ବେଳେ ଭାଇର ବୟସ ୩ ବର୍ଷ ।

Leave A Reply

Your email address will not be published.