ଦିଅର ହାଣିଲା ଭାଉଜ କୁ

0

ଓଡ଼ିଶା ଫାଷ୍ଟ :ଜଗତସିଂହପୁର (ମନୋଜ ସାହୁ) ଦିଅର ର ଭୁଜାଲି ଚୋଟରେ ଭାଉଜ ମୃତ।

ଘଟଣା କ୍ରମେ

ନାଉଗାଁ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ରମାକାନ୍ତ ରାୟଙ୍କ ୫୫ବର୍ଷୀୟା ପତ୍ନୀ କବିତା ରାୟ ଙ୍କୁ ତାଙ୍କ ଦିଅର ରଞ୍ଜନ ରାୟ ଭୁଜାଲିରେ ହାଣି ଦେଇଛି। ପାରିବାରିକ ଗଣ୍ଡଗୋଳ କୁ କେନ୍ଦ୍ର କରି ତାଙ୍କ ଦିଅର ଏପରି କାଣ୍ଡ ଭିଆଇଥିବା ଜଣାପଡିଛି। କବିତାର ଅବସ୍ଥା ଗୁରୁତର ହେବାରୁ ସ୍ବାମୀ ରମାକାନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନାଉଗାଁ ମେଡିକାଲ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ରଞ୍ଜନ ଫେରାର ଥିବାରୁ ପୋଲିସ ତାକୁ ଧରିବାକୁ ଉଦ୍ୟମ ଜାରି ରଖିବା ସହ ଘଟଣାର ତଦନ୍ତ ଚଳାଇଛି।

Sikshaya
Leave A Reply

Your email address will not be published.