ଜଳ ପଥରେ ଜାପାନରୁ ଭାରତକୁ ଆସିବ ବୁଲେଟ ଟ୍ରେନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ଥିବା ଦେଶର ପ୍ରଥମ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍ ର ସେଟ ଜଳପଥରେ ଭାରତକୁ ଅଣାଯିବ। ଜାପାନରୁ ଆସିବାକୁ ଥିବା ଏହି ଟ୍ରେନର ପ୍ରଥମ ସେଟ୍ ସୁରଟକୁ ଆସିବ। କାରଣ ପ୍ରଥମ ସେଟ୍ ସମୁଦ୍ର ମାଧ୍ୟମରେ ପହଞ୍ଚିବ। ସୁରଟରେ ବୁଲେଟ୍ ଟ୍ରେନ୍ ର ଏକ ରୋଲ୍ ଷ୍ଟକ୍ ରକ୍ଷଣାବେକ୍ଷଣ ଡିପୋ ନିର୍ମାଣ ହେବ।ପରେ ବୁଲେଟ ଟ୍ରେନର ବଗିଗୁଡିକ ଧୀରେ ଧୀରେ ପ୍ରସ୍ତୁତ ହେବ।

ଏହି ସୂଚନା ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (NHSRCL) ର ଜଣେ ଅଧିକାରୀ ଦେଇଛନ୍ତି। ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଅଚଳ ଖେର କହିଛନ୍ତି ଯେ ଦେଶର ପ୍ରଥମ ହାଇସ୍ପିଡ୍ ଟ୍ରେନ୍ ୨୦୨୩ ଶେଷ ସୁଦ୍ଧା ଚାଲିପାରେ। ଏହି ହାଇ ସ୍ପିଡ୍ ରେଳର ଗତି ଘଣ୍ଟା ପ୍ରତି ୩୨୦ କିଲୋମିଟର ହେବ।

Leave A Reply

Your email address will not be published.