ରାଇରଙ୍ଗପୁରରେ ଓଲଟି ପଡିଲା ବସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଇରଙ୍ଗପୁରର ଗ୍ରାମାଞ୍ଚଳ ଥାନା ହାତୀବରି ନିକଟରେ ବସ୍ ଓଲଟି ୨୫ରୁ ଉର୍ଦ୍ଧ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ରିପୋର୍ଟ ମୁତାବିକ, ବସଟି ରାରଙ୍ଗପୁରରୁ ବାରିପଦା ଯାଉଥିଲା। ଆଉ ଏଥିରେ ୫୦ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ। ବସଟି ଓଲଟିବା ପଛର କାରଣ ସ୍ପଷ୍ଟ ହୋଇନଥିବାବେଳେ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.