୧୫ଫୁଟ ତଳକୁ ଖସି ପଡ଼ିଲା ବସ୍: ୨୯ ମୃତ, ୨୦ରୁ ଉର୍ଦ୍ଧ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଏକ ବସ୍ ଆଗ୍ରାର ଝରଣା ନାଳରେ ଖସି ପଡ଼ିବା ଯୋଗୁ ୨୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । କୁବେରପୁର ନିକଟରେ ବସ(ନଂ. ୟୁପି-୩୩ଏଟି ୫୮୭୭)ଟି ଝରଣା ନାଳରେ ଖସି ପଡ଼ିଥିବା ୟୁପି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

ପୋଲିସ ସୂଚନା ମୁତାବକ, ବସଟି ଲକ୍ଷ୍ନୌର ଆଲାମବାଗ ବସ୍ ଷ୍ଟାଣ୍ଡରୁ ରବିବାର ରାତି ୧୦ଟାରେ ବାହାରି ଥିଲା । ତେବେ ଭୋର ପ୍ରାୟ ସାଢେ଼ ୪ଟା ବେଳେ ଏତ୍ତମାଦପୁର ନିକଟସ୍ଥ ଝରଣା ନାଳରେ ବସ୍‌ଟି ଭାରସାମ୍ୟ ହରାଇ ପଡ଼ି ଯାଇଥିଲା । ବସର ସ୍ପିଡ୍ ଅଧିକ ଥିବାରୁ ଏହା ୧୫ଫୁଟ ତଳକୁ ଖସି ପଡ଼ିଥିଲା । ବସ୍‌ରେ ୫୦ରୁ ଅଧିକ ଲୋକ ଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ଘଟିଛି । ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ବାହାରକୁ ଆଣିଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ଶୋକ ବ୍ୟକ୍ତ କରିବା ସହ ଆହତମାନଙ୍କ‌ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ଦୁର୍ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ପାଇଁ ଉତ୍ତର ପ୍ରଦେଶ ରୋଡ୍‌ୱେଜ୍ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏସହାୟତା ରାଶି ଘୋଷଣା କରାଯାଇଛି ।

Leave A Reply

Your email address will not be published.