ବାଲେଶ୍ୱର,ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା,ନଭେମ୍ବର ୩ରେ ଭୋଟ୍

0

(ଓଡିଶା ଫାଷ୍ଟ) ବ୍ୟୁରୋ: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ । ଏନେଇ ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଅକ୍ଟୋବର ୯ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧୭ରେ ପାର୍ଥୀପତ୍ର ଯାଂଚ ହେବ । ଅକ୍ଟୋବର ୧୯ ତାରିଖ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ । ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୧୨ ପୂର୍ବରୁ ସରିବ । ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ସରିବା ପରେ ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ । ଓଡ଼ିଶା ସମେତ ଗୁଜୁରାଟ,ନାଗାଲ୍ୟାଣ୍ଡ୍,ମଣିପୁର ସମେତ କିଛି ରାଜ୍ୟର ୫୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହି ସବୁ ସିଟରେ ନଭେମ୍ବର ୩ ତାରିଖରେ ଭୋଟ୍ ପଡିବ । କରୋନା ଗାଇଡ୍ ଲାଇନ୍ ଅନୁସାରେ ଭୋଟିଂ ହେବ । ତେବେ ଆସାମ,କେରଳ,ତାମିଲନାଡୁ ଓ ପ.ବଙ୍ଗର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏହି ସବୁ ରାଜ୍ୟରେ ଭୋଟିଂ କରିବାରେ ଅସୁବିଧା ହେବାର ସମ୍ଭାବନା ଥିବାରୁ ନିର୍ବାଚନ ନକରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି । ପରେ ଏହି ସବୁ ରାଜ୍ୟରେ ଉପ-ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ କହିଛନ୍ତି ।

Leave A Reply

Your email address will not be published.