କାର୍ତ୍ତିକ ପାଇଁ ବିଜେଡ଼ି ର ବିପୁଳ ବିଜୟ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଉପନିର୍ବାଚନ ଲଢ଼େଇ ରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ ବ୍ୟବଧାନରେ ହରାଇଛନ୍ତି ବିଜେଡ଼ି ପାର୍ଥିନୀ ଶ୍ରୀମତୀ ରୀତା ସାହୁ। ବିଜେଡ଼ି ପ୍ରାର୍ଥୀ ସମୁଦାୟ ୧ ଲକ୍ଷ ୨ ହଜାର ୮୭୧ ଭୋଟରେ ବିଜୟ ଲାଭ କରିଛନ୍ତି। କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇଛି । ଦଳର ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦ ହଜାର ୧୫୩ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ଅଭିନେତା , ଅଭିନେତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଙ୍କୁ ପଛରେ ପକାଇ ବିଜେପୁର ଆସନ ହାତେଇଛି ବିଜେଡ଼ି। ନବୀନ ପଟ୍ଟନାୟକ ଏକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏଥିରେ କୌଣସି ଦ୍ଵନ୍ଦ ନାହିଁ। ମାତ୍ର ଏହି ଉପନିର୍ବାଚନ ରେ ବିଜେଡ଼ି ର ବିପୁଳ ବିଜୟୀ ପଛରେ ସମସ୍ତ ଶ୍ରେୟ କାର୍ତ୍ତିକ ମେହେର ଙ୍କ ଦ୍ଵାରା ଫିଙ୍ଗାଯାଇଥିବା ଦୁଇଟି ଚପଲ କୁ ଯାଉଛି। ଏଥିପାଇଁ ଅନୁକମ୍ପା ଭୋଟ ବଢିଯାଇଛି ବୋଲି ରାଜନୀତିକ ମହଲ ଓ ଜନସାଧାରଣ ରେ ଚର୍ଚ୍ଚା ହେଉଛି।

ବିଜେଡ଼ିର ଏହି ବୃହତ୍ତ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠି ହିଂସାର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ପରାଜୟ ସ୍ୱୀକାର କରିବାକୁ ବିଜେପି ନେତାମାନେ କୁଣ୍ଠାବୋଧ ହେଉଛନ୍ତି। କଂଗ୍ରେସର ବରିଷ୍ଟ ନେତାମାନଙ୍କ ଗୋଷ୍ଠି କନ୍ଦଳ ପାଇଁ ପ୍ରଣୟ ସାହୁ ଙ୍କୁ ଅମାନତ ହରାଇବାକୁ ପଡିଲା।

Leave A Reply

Your email address will not be published.