ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ, ୧୬ ପ୍ରସ୍ତାବକୁ ମଞ୍ଜୁରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଏଏସବିଏମ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଥିବା ବେଳେ ଗ୍ରାମାଞ୍ଚଳକୁ ପାଇପ୍ ଜଳ ଯୋଗାଣ ନେଇ ୫ଟି ଟେଣ୍ଡରକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର କ୍ୟାଡର ରୁଲରେ ସଂଶୋଧନ କରାଯିବାକୁ ନିଷ୍ପତ୍ତି ହୋଇଛି । ଭଦ୍ରକ ଜିଲ୍ଲାର ୫ଟି ବ୍ଲକକୁ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ ବାବଦ ମୋଟ ୭୫୪ କୋଟି, କେନ୍ଦୁଝର ଜିଲ୍ଲାରେ ପାନୀୟ ଜଳ ପାଇଁ ୯୭୯ କୋଟି ଓ ଅନୁଗୁଳ ଜିଲ୍ଲାର ଖଣି ଅଂଚଳରେ ପାନୀୟ ଜଳ ପାଇଁ ୭୦୮ କୋଟି ଖର୍ଚ୍ଚ ହେବ । ଏଥିସହ କାଳିଆ ଯୋଜନାରେ ୧ ଲକ୍ଷ ପରିବର୍ତ୍ତେ ୫ ଲକ୍ଷ ଜମିହୀନଙ୍କୁ ସହାୟତା ମିଳିବ ବୋଲି ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.