ଟିଭି କ୍ୟାମେରାମ୍ୟାନ ହତ୍ୟା ଘଟଣା, ସଂପୃକ୍ତ ନକ୍ସଲ ଗିରଫ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଗତ ବିଧାନସଭା ନିର୍ବାଚନ ସମୟରେ ଦନ୍ତେୱାଡା ଜିଲ୍ଲାର ନୀଲବାୟା ଗାଁ ଜଙ୍ଗଲରେ ଏକ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଏବଂ ୫ ଜଣ ଯବାନଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣାରେ ଜଡ଼ିତ ଥିବା ନକ୍ସଲକୁ ଦନ୍ତେୱାଡା ପୁଲିସ୍ ଗତକାଲି ଗିରଫ କରିଛି। ଗିରଫ ନକ୍ସଲ ନାଁ କୋସା। ତା’ ନାଁରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। କୋସା ନାଁରେ ଆହୁରି ୧୨ଟି ମାମଲା ରହିଥିବା ଜଣାପଡ଼ିଛି।ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୫ ଜଣ ନକ୍ସଲ ମଧ୍ୟ ଦନ୍ତେୱାଡା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ସଙ୍ଗଠନରେ ବଢୁଥିବା ନିର୍ଯାତନା, ଭେଦଭାବକୁ ସହ୍ୟ ନକରି ନପାରି ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସେମାନଙ୍କ ମଧ୍ୟରୁ ମାଡ଼କମ ଦେବା ନାମରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

Leave A Reply

Your email address will not be published.