ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସମର୍ଥନ କରିବାରୁ ଭାରତ ଏଥିରେ ତୀବ୍ର ଆପତ୍ତି ଉଠାଇବା ସତ୍ତ୍ବେ ଟ୍ରୁଡୋ ତାଙ୍କ ମତ ଦୋହରାଇଛନ୍ତି। ସେ କହିଛନ୍ତି, ମାନବାଧିକାର ପାଇଁ ବିଶ୍ୱବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ କାନାଡାର ସର୍ବଦା ସମର୍ଥନ ରହିଆସିଛି। ଉଲ୍ଲେଖଯୋଗ୍ୟ କୃଷକ ଆନ୍ଦୋଳନକୁ ଟ୍ରୁଡୋଙ୍କ ସମର୍ଥନ ପରେ ଭାରତ ଏଥିରେ ଘୋର ଆପତ୍ତି ଉଠାଇଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ, କାନାଡା ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବ୍ୟାହତ ହେବ।