ବିଜେପୁର ପାଇଁ ରାତି ଅଧରେ ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ଲାଗି ବହୁ ଚର୍ଚ୍ଚିତ ବିଜେପୁର ଆସନ ପାଇଁ ବିଜେଡିରୁ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ଏହି ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ଥିବା ବେଳେ  ସୋମବାର ରାତିରେ ବିଜେପି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନବୀନ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି ।

ସୂଚନା ଅନୁଯାୟୀ, ସନତ ଗଡ଼ତିଆ ଯେକି ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିଲେ । ତେଣୁ ସନତଙ୍କୁ ନବୀନଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ବିଜେପି ସ୍ଥିର କରିଥିବା ଜଣାପଡିଛି ।
ସୋମବାର ବିଳମ୍ବିତ ରାତିରେ ବିଜେପି ବିଜେପୁର ସମେତ ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆସାମର ନାଓଗୋଙ୍ଗ ପାଇଁ ରୂପକ ଶର୍ମା, କର୍ଣ୍ଣାଟକର ବାଙ୍ଗାଲୋର ରୁରାଲ ପାଇଁ ଅଶ୍ୱତ ନାରାଇନ, ବାଙ୍ଗାଲୋର ସାଉଥ ପାଇଁ ତେଜସ୍ୱୀ ସୂର୍ଯ୍ୟ ଏଲ.ଏସ ଓ ଉତ୍ତର ପ୍ରଦେଶର ହାଥ୍ରାସ ପାଇଁ  ରାଜବୀର ସିଂ ବାଲ୍ମିକୀଙ୍କୁ ବିଜେପି ପ୍ରାର୍ଥୀ କରିଛି।

Leave A Reply

Your email address will not be published.