କଳାହାଣ୍ଡି ଜିଲ୍ଲା ପାଇଁ ବିଜେଡି ପ୍ରାର୍ଥୀ ଚୟନ ଚୁଡାନ୍ତ: ନୂଆ ମୁହଁକୁ ଗୁରୁତ୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଳାହାଣ୍ଡି ଲୋକସଭା କ୍ଷେତ୍ର ଓ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ଗୁଡ଼ିକରେ ବିଜେଡ଼ିର ମଙ୍ଗ କିଏ ଧରିବେ ତାହା ଅପାତତଃ ସ୍ଥିର ହୋଇ ସାରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବିଜେପି ଓ କଂଗ୍ରେସ ପାର୍ଥି ତାଲିକା ଘୋଷଣାକୁ କେବଳ ମାତ୍ର ଅପେକ୍ଷା କରାଯାଇଛି ।

ଏଥର ଦଳ ନୂଆଁ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ନ ହେବା ଲାଗି ସତର୍କତା ଅବଲମ୍ବନ କରାଯାଇଛି । କଂଗ୍ରେସ, ବିଜେପି ତୁଳନାରେ ବିଜେଡିରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ମୂଳରୁ ସର୍ବାଧିକ ରହିଛି । ଗୋଟିଏ ସିଟ୍‌ ଲାଗି ଆଶାୟୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ତେବେ ଜିତିବା ପ୍ରାର୍ଥୀଙ୍କୁ ହିଁ ବିଜେଡି ଗୁରୁତ୍ୱ ଦେବ ବୋଲି ପୂର୍ବରୁ ଦଳ ସ୍ପଷ୍ଟ କରି ସାରିଥିବା ବେଳେ ନବୀନ ନିବାସରେ କଳାହାଣ୍ଡି ଜିଲ୍ଲାର ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

ପ୍ରାର୍ଥୀ ଚୟନକୁ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କଳାହାଣ୍ଡି ଲୋକସଭା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ ମୌସଦି ବାଗ, ଜୁନାଗଡ଼ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ମଣ୍ଟୁ ନାଏକ, ନର୍ଲା ଆଦିତ୍ୟ ନନ୍ଦ, ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ଖଡ଼ିଆଳ ଲମ୍ବୋଦର ନିଆଲ ଏବଂ ନୂଆପଡା ଆସନ ପାଇଁ ରାଜେନ୍ଦ୍ର ଢୋଲକିଆ ଙ୍କ ନାମ ଚୂଡାନ୍ତ କରିଥିବା ନବୀନ ନିବାସ ସୂତ୍ରରୁ ପ୍ରକାଶ।

ଏହି ତାଲିକାରେ ସାମାନ୍ୟ ପରିବର୍ତ୍ତନ ପାଇଁ ବିଜେଡିର ତରୁଣ ତୁର୍କୀ ମାନେ ମଧ୍ୟ ଉଦ୍ୟମ କରୁଥିବା ଖବର ରହିଛି।

Leave A Reply

Your email address will not be published.