ଆଶାୟୀ ପ୍ରାର୍ଥୀଙ୍କ ଭାଳେଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଆଗକୁ ବି.ଏମ.ସି ନିର୍ବାଚନ ମାତ୍ର ସଂରକ୍ଷିତ ସିଟକୁ ନେଇ କିଛି ଦଳର ଆଶାୟୀ ପ୍ରାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭୁବନେଶ୍ୱର ରେ ଥିବା ୬୭ ଟି ୱାର୍ଡ ମଧ୍ୟରୁ ଏସ.ସି ୬ଟି (୩-ମହିଳା,୩-ପୁରୁଷ),ଏସ.ଟି ୩ଟି(୨-ମହିଳା,୧-ପୁରୁଷ),ପଛୁଆ ବର୍ଗ(ଓବିସି) ଙ୍କ ପାଇଁ ୧୯ଟି(୧୦-ମହିଳା,୯-ପୁରୁଷ)ଓ କେବଳ ମହିଳାଙ୍କ ପାଇଁ୧୯ଟି ସିଟ ସଂରକ୍ଷିତ ରହିଛି।ମୋଟ ୬୭ଟି ୱାର୍ଡ ରୁ ସମସ୍ତ ବର୍ଗର ମହିଳାଙ୍କ ପାଇଁ ୩୪ଟି ସିଟ ଚଳିତ ନିର୍ବାଚନରେ ସଂରକ୍ଷିତ କରାଯାଇଥିବା ବେଳେ ସାଧାରଣ ଵର୍ଗଙ୍କୁ ମିଳିଛି କେବଳ ୨୦ଟି ସିଟ।

ୱାର୍ଡ ଗୁଡିକର ଏପରି ସ୍ଥାନ ସଂରକ୍ଷଣକୁ ନେଇ ଆଶାୟୀ କର୍ପୋରେଟର ପ୍ରାର୍ଥୀ ମାନଙ୍କ ମଧ୍ୟରେ ଭାଲେଣି ପଡିଛି। ବିଜେଡି ଦଳର ପ୍ରାର୍ଥୀ ମାନଙ୍କୁ ସୁହାଇଲା ଭଳି ଏହି ୱାର୍ଡ ଗୁଡିକ ସଂରକ୍ଷଣ କରଯାଇଛି ଯେପରିକି ବି.ଏମ.ସି. କୁ ବିଜେଡି ନିଜ ଦଖଲକୁ ନେବ ଏହା ତାର ବ୍ଲୁ ପ୍ରିଣ୍ଟ ବୋଲି ଚର୍ଚ୍ଚା ହେଉଛି। ଯେଉଁ ୱାର୍ଡ ରେ ବିଜେଡ଼ି ପାର୍ଥି ମାନଙ୍କର ସ୍ଥିତି ଭଲନାହିଁ ସେ ୱାର୍ଡକୁ ବଡ ଚତୁରତାର ସହ ପଛୁଆ ବର୍ଗ ବା ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି ଯେପରିକି ଆଶାୟୀ ପାର୍ଥି ମାନେ ନିର୍ବାଚନ ଲଢ଼ିପାରିବେନାହିଁ।

ଯେଉଁ କର୍ପୋରେଟରଙ୍କ ନେତା କିମ୍ବା ମେୟର ଙ୍କ ସହିତ ସାନିଧ୍ୟ ଅଛି ସେମାନେ ନିଜ ୱାର୍ଡକୁ ନିଜ ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଛନ୍ତି। ଅନେକ ପୁରୁଷଙ୍କ ପାଇଁ ଥିବା ୱାର୍ଡ ଗୁଡିକୁ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ କରାହୋଇଛି। ସେହି ସ୍ଥାନର କର୍ପୋରେଟର ମାନେ ନିଜ ନିଜ ସ୍ତ୍ରୀ କୁ ନିର୍ବାଚନ ଲଢାଇବା ପାଇଁ ମନସ୍ଥ କରିଛନ୍ତି। ସେହିପରି ପୂର୍ବରୁ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୪ଟି ୱାର୍ଡ ଏଥର ପୂର୍ବରୁ ବାଦ ପଡିଥିବା କର୍ପୋରେଟର ଙ୍କୁ ମିଳିଛି। ଏଥର ମେୟରଙ୍କ ଆସନ କୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ନିର୍ବାଚନରେ ପ୍ରତେକ ୱାର୍ଡରେ ବିଜେଡ଼ିର ଦୁଇ ତିନି ଆଶାୟୀ ପ୍ରାର୍ଥୀ ଥିବାବେଳେ ବିଜେପିର ୫ ଓ ୬ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି। ଅନ୍ୟପଟେ କେତେକ ୱାର୍ଡ ଲଗାତାର ମହିଳା ସଂରକ୍ଷିତ ହୋଇଥିବାରୁ ୱାର୍ଡର ଜନସାଧାରଣ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଚୂଡ଼ାନ୍ତ ପ୍ରସ୍ତାବ ହୋଇନଥିବାରୁ ଏହାର ପୁର୍ନବିଚାର କରାଯାଉ ବୋଲି ଦାବି କରିଛନ୍ତି ମାତ୍ର ଏହି ଚିଠା ପ୍ରସ୍ତାବ ଶାସକ ଦଳର ପ୍ରାୟ ସମସ୍ତ କର୍ପୋରେଟରଙ୍କୁ ଖୁସିକରିବା ଭଳି ପ୍ରସ୍ତୁତ କରାଯାଇଥିବାରୁ ଚୂଡ଼ାନ୍ତ ପ୍ରସ୍ତାବରେ ପରିବର୍ତ୍ତନ ହେବର ସମ୍ଭାବନା କମ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Sikshaya
Leave A Reply

Your email address will not be published.