ଆପେ ଜଳିଗଲା କାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତା କଡରେ ଛିଡ଼ା ହୋଇଥିବା ଏକ କାର ହଠାତ ଜଳିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧାର ପୁରୁଣା ଦମକଳ କେନ୍ଦ୍ର ନିକଟରେ ଏକ କାର୍ ରାସ୍ତା କଡ଼ରେ ଠିଆ ହୋଇଥିଲା । ତେବେ ହଠାତ କାରଟି ଜଳି ଉଠିଥିବା ଦେଖିବାକୁ ମିଳିଥିଲା । ସେ ସମୟରେ ସୌଭାଗ୍ୟ ବଶତଃ କେହି କାର ଭତରେ ଉପସ୍ଥିତ ନଥିଲେ । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଗାଡିଟି ସ୍ଥାନୀୟ ମଠସାହି ଅଞ୍ଚଳର ବୋଲି ଜଣାପଡିଛି । ମାତ୍ର କାରରେ ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ ।

Sikshaya
Leave A Reply

Your email address will not be published.