ଆଠଗଡ଼ ବନ୍ୟାଜଳରେ ଭାସିଲା କାର; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

0

ଲଗାଣ ବର୍ଷା ଯୋଗୁ ଚାରିଆଡେ ବନ୍ୟାଜଳ l ଏହି ବନ୍ୟାଜଳ କାରଣରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହେଉଛି l ବନ୍ୟାଜଳ କାରଣରୁ ଏକ ଅଘଟଣ ଦେଖିବାକୁ ମିଳିଛି ଆଠଗଡଠାରେ ।

ବନ୍ୟାଜଳ କାରଣରୁ ପୁରୁଣା କଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ କାର୍‌ଟି ଭାସିଯାଇଥିଲା। ମାତ୍ର ଏହି ଘଟଣାରେ କାରରେ ବସିଥିବା ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେବେ କଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ ଆଠଗଡ ଘଣ୍ଟିଖାଲରାସ୍ତା ନଈ ମୁଁହ ପାଖରେ ଅଜାଣତରେ କାର୍ ପୁରାଇ ଦେଇଥିଲା ଗାଡି ଚାଳକ । ଫଳରେ ପାଣିର ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାରସାମ୍ୟ ହରାଇ କାରଟି ଭାସିଯାଇଥିଲା । କାରଟି ଭାସିଯିବା ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା l

ସୂଚନାଯୋଗ୍ୟ, ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‌ ହୋଇଯାଇଛି।

SOA post below
Leave a comment