ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଏଟି ଗ୍ରୁପ ଓ ସିଶୋର ଲିଙ୍କ ମାମଲାରେ ସୋଲନ ଇନ ହୋଟେଲ ମଲିକ କମଳାକାନ୍ତ ଦାସଙ୍କୁ ସିବିଆଇ ଦୀର୍ଘ ୧ ଏକ ଘଣ୍ଟା ଧରି ଜେରା କରିଛି। ଜେରା ବେଳେ ସିବିଆଇ ସନ୍ତୁଷ୍ଟ ନ ହେବାରୁ ତାଙ୍କୁ ପୁଣି ଥରେ ଡାକିବ ବୋଲି ଜଣା ପଡ଼ିଛି।
ସୂଚନାମୁତାବକ କମଳାକାନ୍ତ ଜଣେ ବିଲ୍ଡରଙ୍କ ସହ ଏଟି ଗ୍ରୁପ ସହିତ ଏକ ଜମି କାରବାର କରିଥିଲେ। ଜମିର ମୂଲ୍ୟ ଏକ କୋଟି ଟଙ୍କା ଥିବା ବେଳେ ସେ ୫୦ ଲକ୍ଷ ଟଙ୍କା ନେଇଥିଲେ। ସେହିପରି ସିସୋର ଚିଟଫଣ୍ଡ ସଂସ୍ଥା ସହିତ କିଛି ଟଙ୍କା କାରବାର ହୋଇଥିଲା ଓ ଶୁଭଙ୍କର ସହ ସମ୍ପର୍କ ନେଇ ପୂର୍ବରୁ ଏକାଧିକବାର କମଳାକାନ୍ତ ଙ୍କୁ ସିବିଆଇ ଜେରା ମଧ୍ୟ କରିସାରିଛି। ସେ ଦେଇଥିବା କାଗଜପତ୍ର ସିବିଆଇ ଫରେନ୍ସି ଲ୍ୟାବ କୁ ପଠାଇଥିଲା। କାଗଜପତ୍ର ରେ ସନ୍ଦେହ ଥିବାରୁ ଆଜି ପୁଣିଥରେ କମଳାକାନ୍ତ ଙ୍କୁ ସିବିଆଇ ଜେରା କରିଥିଲା।